ଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା-:

ଜଣେ ଲୋକର ଚାରୋଟି ସ୍ତ୍ରୀ ଥିଲେ । ସେ ତାର ଶେଷ ବା ଚତୁର୍ଥ ସ୍ତ୍ରୀକୁ ବହୁତ ଭଲ ପାଉଥିଲା ଏବଂ ତାର ଭଲ ଭାବେ ଯତ୍ନ ନେଉଥିଲା । ତାକୁ ସେ ସର୍ବଶ୍ରେଷ୍ଠ ମାନୁଥିଲା । ସେ ତାର ତୃତୀୟ ସ୍ତ୍ରୀକୁ ବି ଭଲ ପାଉଥିଲା କିନ୍ତୁ ସେ ଭୟ କରୁଥିଲା କେବେ ଯଦି ସେ ଅନ୍ୟ କାହାର ପ୍ରେମରେ ପଡି ତାକୁ ଭୁଲିଯିବ ଓ ତା ଠାରୁ ଦୂରେଇ ଯିବ । ତାର ତୃତୀୟ ସ୍ତ୍ରୀ ଉପରେ ବିଶ୍ବାସ ନଥିଲା । ସେ ତାର ଦ୍ବୀତିୟ ସ୍ତ୍ରୀକୁ ଅନ୍ୟମାନଙ୍କ ଠାରୁ ବହୁତ କମ୍ ଭଲ ପାଉଥିଲା । ହେଲେ ଅସୁବିଧା ସମୟରେ ତାର ଦ୍ବିତୀୟ ସ୍ତ୍ରୀ ପ୍ରମୁଖ ଅସ୍ତ୍ର ଥିଲା ଓ ତାକୁ ସର୍ବଦା ସାହାଯ୍ୟ କରି ଆସୁଥିଲା । କୌଣସି ପରାସ୍ଥିତି ଆସିଲେ ବି ଦ୍ବିତୀୟ ସ୍ତ୍ରୀ ସର୍ବଦା ସାହାଯ୍ୟ କରୁଥିଲା । ସେ ତାର ପ୍ରଥମ ସ୍ତ୍ରୀକୁ କେବେ ବି ଭଲ ପାଏନାହିଁ । ତଥାପି ପ୍ରଥମ ସ୍ତ୍ରୀ ସବୁ ସ୍ତ୍ରୀଙ୍କ ଠାରୁ ସେ ଲୋକକୁ ଅଧୀକ ଭଲ ପାଉଥିଲା ଓ ତାର ସେବା ଯତ୍ନ କରୁଥିଲା ।

କିଛିଦିନ ଅନ୍ତେ ଲୋକଟି ରୋଗରେ ପଡିଲା ଓ ସେ ଜାଣିପାରିଲା ତାର ମୃତ୍ୟୁ ସମୟ ପାଖେଇ ଆସୁଛି । ସେ ନିଷ୍ପତ୍ତି ନେଲା ମୋର ଚାରୋଟି ସ୍ତ୍ରୀ । ମୁଁ ମରିଗଲେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ନିଶ୍ଚିତ ରୁପେ ସାଙ୍ଗରେ ମୃତ୍ୟୁଲୋକକୁ ନେଇଯିବି ଓ ସେ ସେଠାରେ ମୋର ଦେଖାଶୁଣା କରିବ । ସେ ତାର ଚତୁର୍ଥ ସ୍ତ୍ରୀକୁ ଅନୁରୋଧଏ କଲା ତା ସହିତ ମୃତ୍ୟୁଲୋକକୁ ଯିବା ପାଇଁ । ଚତୁର୍ଥ ସ୍ତ୍ରୀ ମନା କରିଦେଲା ମୁଁ ତୁମ ସହିତ ଯାଇ ପାରିବି ନାହିଁ । ପରେ ସେ ତାର ତୃତୀୟ ସ୍ତ୍ରୀକୁ ଅନୁରୋଧ କଲା ତା ସହିତ ଯିବା ପାଇଁ । କିନ୍ତୁ ସେ କହିଲା ମୁଁ ତୁମ ସହିତ ଯାଇ ପାରିବ ନାହିଁ କାରଣ ତୁମେ ମରିଗଲେ ମୁଁ ଆଉ କାହାକୁ ବିବାହ କରି ଖୁସିରେ ରହିବି । ସେ ତାର ଦ୍ବିତୀୟ ସ୍ତ୍ରୀକୁ କହିଲା ସାଙ୍ଗରେ ଯିବା ପାଇଁ କିନ୍ତୁ ଦ୍ବିତୀୟ ସ୍ତ୍ରୀ କହିଲା ମୁଁ ତୁମର ସମସ୍ତ ଅସୁବିଧାରେ ସାହାଯ୍ୟ କରେ କିନ୍ତୁ ଏସମୟରେ ମୁଁ ତୁମକୁ ସାହାଯ୍ୟ କରି ପାରିବି ନାହିଁ । ଯଦି କହିବ ମୁଁ ତୁମ ସହିତ ସ୍ମସାନ ପର୍ଯ୍ୟନ୍ତ ଯିବି । ଏବେ ଲୋକଟିର ଆଖିରୁ ଲୁହ ଝରୁଥିଲା ଓ ସେ ଭାବୁଥିଲା ମୁଁ ସେମାନଙ୍କ ପାଇଁ ଜୀବନ ସାରା ବହୁତ କିଛି କଲି ହେଲେ କେହି ମୋ ସାଥିରେ ଆସିବାକୁ ରାଜି ନାହାନ୍ତି । ଠିକ୍ ଏହି ସମୟରେ ତାର ପ୍ରଥମ ସ୍ତ୍ରୀ କହିଲା ମୁଁ ତୁମ ସହିତ ଯିବା ପାଇଁ ରାଜି ଅଛି । ଲୋକଟି ଦେଖିଲା ତାର ପ୍ରଥମ ସ୍ତ୍ରୀ ଖାଦ୍ୟପେୟ ଓ ଦେଖାଶୁଣା ଅଭାବରୁ ବହୁତ ଶୁଖି ଯାଇଛି । ତାର ଶରୀର ଦୁର୍ବଳ ଓ ନିର୍ଜିବ ସମାନ ଦୃଶ୍ୟ ହେଉଛି । ସେ ନିଜକୁ ନିଜେ ଧୀକ୍କାର କରି କହିଲା ମୁଁ ତୁମ ପ୍ରତି ଅନ୍ୟାୟ କରିଛି । ମୁଁ ତୁମର ଦେଖାଶୁଣା କରିବା କଥା କିନ୍ତୁ ସର୍ବଦା ତୁମେ ଅବହେଳାର ଶୀକାର ହୋଇଛ ।

ପ୍ରକୃତରେ ଆମ ସମସ୍ତଙ୍କ ଜୀବନରେ ଚାରୋଟି ସ୍ତ୍ରୀ ଅଛନ୍ତି ।
୧-: ଚତୁର୍ଥ ସ୍ତ୍ରୀ ହେଲା ଆମ ଶରୀର । ଆମେ ତାକୁ ଯେତେ ସଜେଇବା ଓ ଯେତେ ଯତ୍ନ ନେଲେ କଣ ହେବ, ସେ ଆମ ସାଥିରେ କେବେ ବି ଯିବ ନାହିଁ ।

୨-: ତୃତୀୟ ସ୍ତ୍ରୀ ହେଲା ଆମ ଜମା ପୁଞ୍ଜି, ଧନ ସମ୍ପତ୍ତି ଓ କୋଠାବାଡି । ଆମର ମୃତ୍ୟୁ ପରେ ସେ ଅନ୍ୟ କାହାର ଅଧୀନରେ ହୋଇଯିବ ।

୩-: ଦ୍ବତିୟ ସ୍ତ୍ରୀ ହେଲା ଆମ ଭାଇବନ୍ଧୁ କୁଟୁମ୍ବ, ସାଙ୍ଗସାଥୀ ଓ ପ୍ରିୟଜନ । ଏମାନେ ଅଧିକରୁ ଅଧିକ ଆମ ସହିତ ସ୍ମଶାନ ପର୍ଯ୍ୟନ୍ତ ଯାତ୍ରା କରି ପାରିବେ ।

୪-: ଆମର ପ୍ରଥମ ସ୍ତ୍ରୀ ହେଲା ଆମ ଆତ୍ମା । ଯାହାକୁ ଆମେ ସଂସାରର ମୋହମାୟାରେ ଭୁଲି ଯାଇଥାନ୍ତି । ଆମେ ସବୁବେଳେ ଉପେକ୍ଷ୍ୟା କରିଥାନ୍ତି । ଯିଏ କି ସବୁ ସମୟରେ ଆମ ପାଖେ ପାଖେ ରହେ । ସେ ହିଁ ଆମର ଜନ୍ମରୁ ଆମ ସହିତ ଆସିଥିଲା ଓ ଆମ ସହିତ ଫେରିଯାଏ ।

ଜୟ ଜଗନ୍ନାଥ ।।।

Leave a Reply