ଗୋଟିଏ ପିଲ ତାର ବୟସର ଅଲଗା ଅଲଗା ପାହାଚରେ ତାର ବାପାଙ୍କ ବିଷୟରେ କଣ ଭାବିଥାଏ ଆସନ୍ତୁ ପଢିବା

ଗୋଟିଏ ପିଲ ତାର ବୟସର ଅଲଗା ଅଲଗା ପାହାଚରେ ତାର ବାପାଙ୍କ ବିଷୟରେ କଣ ଭାବିଥାଏ ଆସନ୍ତୁ ପଢିବା

4 ବର୍ଷ:- ମୋ ବାପା ମହାନ୍ 👌ଅଟନ୍ତି ।

6 ବର୍ଷ :-ମୋ ବାପା ସବୁ ଜାଣିଛନ୍ତି , ସେ ସବୁଠୁ ହୋସିୟାର 👍ଅଟନ୍ତି ।

10 ବର୍ଷ:- ମୋ ବାପା ଭଲ ଅଟନ୍ତି , କିନ୍ତୁ ଟିକେ ରାଗୀ 😚।

12 ବର୍ଷ:- ମୁଁ ଯେତେବେଳେ ଛୋଟ ଥିଲି ,ତ ମୋ ବାପା ମୋତେ ଭଲ ପାଉଥିଲେ 😒।

16 ବର୍ଷ:- ମୋ ବାପା ବର୍ତମାନ ଯୁଗ ସହ ତାଳ ଦେଇ ଚାଲି ଶିଖି ନାହାନ୍ତି , ସତକଥା ହେଉଛି କି ତାଙ୍କର କିଛି ଜ୍ଞାନ ହିଁ ନାହିଁ 🤦‍♂।

18 ବର୍ଷ:- ମୋ ବାପା ଦିନକୁ ଦିନ ଚିଡ୍ ଚିଡା ଓ ବଦରାଗି ହୋଇ ଯାଉଛନ୍ତି 🗣।

20:- ଓ ହୋ… ଏବେ ତ ବାପାଙ୍କ ସାଥିରେ ରହିବା ମୁସ୍କିଲ୍ ହୋଇଗଲାଣୀ ,ଜଣାନାହିଁ ମା କେମିତି ତାଙ୍କ ସାଥିରେ ଏତେ ଦିନ ହେଲାଣି ରହିଛି 💑!!

25 ବର୍ଷ:- ମୋ ବାପା ମୋର ସବୁ କଥାରେ ବିରୋଧ କରୁଛନ୍ତି । କିଏ ଜାଣେ ସେ ଏ ଦୁନିଆକୁ କେବେ ବୁଝିବେ🤦‍♀ ?

30 ବର୍ଷ:- ମୋର ଛୋଟ ପୁଅକୁ👷 ସମ୍ଭାଳିବା କେତେ ମୁସ୍କିଲ ହୋଇଯାଉଛି । ପିଲାଦିନେ ମୋ ବାପାଙ୍କୁ ମୁଁ କେତେ ଡରୁଥିଲି ।

40 ବର୍ଷ:-ଆଜିକାଲି ପିଲାମାନଙ୍କ ପାଖରେ ଭଦ୍ରାମୀ କି ଶିଷ୍ଟାଚାର କିଛି ନାହିଁ ।
ମୋ ବାପା ମୋତେ କେତେ ଶୃଙ୍ଖଳା ଓ ଅନୁଶାସନରେ ବଢାଇ ଥିଲେ 😥।

50 ବର୍ଷ:- ଆଜିକାଲି ଆମର ଏଇ ଗୋଟିଏ ପିଲାକୁ ପାଳି ପୋଷି ବଡ କରିବାରେ କେତେ ନାକେଦମ୍ ହୋଇ ଯାଉଛୁ !
ମୋତେ ଆଶ୍ଚର୍ଯ୍ୟ ଲାଗୁଛି କି ଆମ ଚାରି ଭାଇ-ଭଉଣୀକୁ ବଡ କରିବାରେ ସେ କେତେ ଦୁଃଖ କଷ୍ଟ ର ସାମ୍ନା କରି ନ ଥିବେ😢😢 !!!

55 ବର୍ଷ:- ମୋ ବାପା କେତେ ଦୂରଦ୍ରଷ୍ଟା ଥିଲେ ! ସେ ଆମ ଭାଇ ଭଉଣୀ ମାନଙ୍କ ପାଇଁ କେତେ ସୁନ୍ଦର ବ୍ୟବସ୍ଥା କରିଥିଲେ , ଆଜି ବୁଢାବୟସରେ ବି ଆମେ ସଂଯମତା ପୂର୍ବକ ଜୀବନ ବଞ୍ଚୀ ପାରୁଛୁ😭😭 ।

60 ବର୍ଷ:- ମେ ବାପା ମହାନ୍ ଥିଲେ । ସେ ବଞ୍ଚୀଥିବା ପର୍ଯନ୍ତ ଆମ ସମସ୍ତଙ୍କର କେତେ ଯତ୍ନ ନେଉଥିଲେ !
ସବୁଠୁ ସତ କଥା ହେଲା ମୋ ବପାଙ୍କୁ ଭଲଭାବରେ ବୁଝିବାକୁ ମୋତେ ପୁରା 60 ବର୍ଷ ଲାଗିଗଲା 😰😰😰।

ଦୟାକରି ଆପଣ ଆପଣଙ୍କ ବାପାଙ୍କୁ ବୁଝିବାରେ ଏତେ ବର୍ଷ ଲଗାନ୍ତୁ ନାହିଁ ।
ସମୟ ଆଗରୁ ବୁଝିଯାଆନ୍ତୁ । କାରଣ ଆମ ବାପା ଆମ ପାଇଁ କେବେ କୌଣସୀ ଭୁଲ୍ ନିଷ୍ପତ୍ତୀ ନିଅନ୍ତି ନାହିଁ ।
କେବଳ ତାଙ୍କ ପ୍ରତି ଆମର ବିଚାର ଧାରା ଭୁଲ୍ ଥାଏ , ଯାହା ସମୟ ବିତିଗଲା ପରେ ଆମେ ଅନୁଭବ କରିଥାଉ ।

🙏ନିଜ ବାପାଙ୍କର ସମ୍ମାନ କର🙏

🙏ତାଙ୍କ ବିଚାରକୁ ସମ୍ମାନ କର🙏

Leave a Reply